This browser does not support the video element.
ସୋନପୁର: ସୁବଳୟାରେ ସପ୍ତପୁରି ଅମାବାସ୍ୟା ପାଳନ, ରାତିରେ ଅନୁଷ୍ଠିତ ହେଲା ଲଙ୍କାପଡ଼ି ପର୍ବ
Sonapur, Subarnapur (Sonepur) | Aug 24, 2025
ସଂସ୍କୃତି ଓ ପରମ୍ପରା ର ପୃଷ୍ଟ ଭୂମି ସୁବର୍ଣ୍ଣପୁର ଜିଲ୍ଲା ସଦା ସର୍ବଦା ତାର ଐତିହ ଏବଂ ପରମ୍ପରା ପାଇଁ ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ, ଏଠି ବାର ମାସରେ ପାଳନ ହୁଏ ତେର ପର୍ବ l ଏହି କ୍ରମରେ ଭାଦ୍ରବ ମାସର ଅମାବାସ୍ୟା ତିଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହୁଏ ସପ୍ତପୁରି ଅମାବାସ୍ୟା l ଏହି ଅବସରରେ ଗତକାଲି ଅପରାହ୍ନ ରେ ଜିଲ୍ଲାର ସୁବଳୟା ସହରରେ ବଡ ଧୁମ ଧାମରେ ପାଳନ ହୋଇଛି ଏହି ପର୍ବ l