This browser does not support the video element.
ଜୟପୁର: ମଦ୍ୟପନ କରି ଗାଡ଼ି ଚଳାଉଥିବା ବେଳେ ଗଡ଼ପଦର ଅଞ୍ଚଳରେ ଚଢ଼ାଉ, ଜଣେ ଗିରଫ
Jeypore, Koraput | Aug 24, 2025
ଜୟପୁର ସଦରଥାନା ପୋଲିସ ମଦ୍ୟପନ କରି ବାଇକ ଚାଳକକୁ ଗିରଫ କରି ନୋଟିସରେ ଛାଡିଥିବା ବିଷୟ ଆଜି ସଂନ୍ଧ୍ୟା 6ଟାରେ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଦାନ ସୂଚନା ଦେଇଛନ୍ତି । ଗରିଫ ଅଭିଯୁକ୍ତ ବାଇକ ଚାଳକ ମଲାକାନଗିରି ଜିଲ୍ଲା ସଦରଥାନା ପାଣ୍ଡ୍ରିପାଣି ଗ୍ରାମର ରମେଶ ପାଙ୍ଗୀ (୨୪)। ଗତକାଲି ରାତ୍ର ସଦରଥାନା ପୁଲିସ ଗଡପଦର ଏବଂ ନୂଆଗଡ ଅଞ୍ଚଳର ପେଟ୍ରୋଲିଂ କରୁଥିବା ବେଳେ ମଦ୍ୟପ ବାଇକ ଚାଳକ ତାଙ୍କ ବାଇକ ଯୋଗେ ଦୃତଗତିରେ ଆସୁଥିଲେ । ଏହିପରି ତାଙ୍କର ବାଇକ ଚାଳନାକୁ ଦେଖି ପେଟ୍ରୋଲିଂ ପୁଲିସ ଦଳ ତାଙ୍କୁ ଅଟକାଇଥିଲେ ।