This browser does not support the video element.
ପଦ୍ମପୁର: ଟେମରି ଗାଁ ଠାରେ ଘରୋଇ ସ୍କୁଲ ବସ ଧକ୍କାରେ ଶିଶୁ କନ୍ୟାର ମୃତ୍ୟୁ, କ୍ଷତି ପୂରଣ ଦାବିରେ ଭୁଲିଆବନ୍ଧ ଛକ ଠାରେ ଶବ ରଖି ରାସ୍ତାରୋକ
Padmapur, Bargarh (Baragarh) | Sep 26, 2025
ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଟେମରି ଗ୍ରାମରେ ଏକ ଘରୋଇ ସ୍କୁଲ ବସ ଧକ୍କା ରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ସୂଚନା ଯୋଗ୍ୟ ପାଇକମାଲ ସହରର ମହାମାୟା ପବ୍ଲିକ ସ୍କୁଲ ବସ ଦ୍ରୁତ ଗତିରେ ଟେମରି ଗାଁ ରାସ୍ତା ଦେଇ ଯାଉଥିବା ସମୟରେ କୁନି ଶିଶୁ କୁ ଦଳି ଦେଇଥିଲା । ଏନେଇ ପରିବାର ଲୋକ ସଂଗେ ସଂଗେ ପଦ୍ମପୁର ଡାକ୍ତର ଖାନା ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକ 7ଟା 30 ମିନିଟ ସମୟ ପାଖା ପାଖି ରେ ଭୁଲିଆ ବନ୍ଧ ଛକ ଠାରେ ଶବ ରଖି ରାସ୍ତା ରୋକ କରିଛନ୍ତି।