Download Now Banner

This browser does not support the video element.

ସୋର: ଦହିପୁର ଗ୍ରାମର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରୁ ଚୋରି, ଥାନାରେ ଅଭିଯୋଗ

Soro, Balasore | Sep 9, 2025
ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଦହିପୁର ଗ୍ରାମରୁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରେ କେହି ନ ଥିବା ଚୋର ମାନେ ଘରୁ କଳାକନା ବୁଲେଇ ଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ଚୈତନ୍ୟ ପ୍ରଧାନ ପ୍ରଧାନ ଶିକ୍ଷକ ଭବେ ଅବସର ନେଇଥିଲେ।କିନ୍ତୁ ପାଞ୍ଚ ଦିନ ପୂର୍ବରୁ ସେ ଏବଂ ତାଙ୍କ ପତ୍ନୀ ଉତ୍ତର ଭାରତ ଭ୍ରମଣ କରିବାକୁ ଯାଇଛନ୍ତି। ଘରେ ତାଙ୍କ ଶିକ୍ଷୟିତ୍ରୀ ଝିଅ ହିରଣ୍ମୟୀ ପ୍ରଧାନ ଏବଂ ଜ୍ୱାଇଁ ଶିବ ନାରାୟଣ ସାହୁ ରହନ୍ତି। କିନ୍ତୁ ପୂର୍ବାହ୍ନରେ ଉଭୟ ସ୍କୁଲକୁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗରେ ଚୋର ମାନେ ଘର ପଛ ପଟ ଝରକା ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ।
Read More News
T & CPrivacy PolicyContact Us