This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ଉପରେ ଚିଲ l
Puri M, Puri | Sep 2, 2025
ଶ୍ରୀମନ୍ଦିର ନୀଳଚକ୍ରରେ ଆଜି ଏକ ଚିଲ ବସିବା ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବା ପରେ ଭକ୍ତମାନେ ଏହା ଏକ ବଡ଼ ଅନିଷ୍ଠର ଆଭାସ ବୋଲି ମତ ଦେଇଛନ୍ତି। ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ। ତେବେ ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି।ବିଶ୍ୱାସ ରହିଛି, ଶ୍ରୀମନ୍ଦିର ଉପରେ କେହି ବି ପକ୍ଷୀ ଉଡ଼ନ୍ତିନି। ଯଦି କୌଣସି ସମୟରେ କେହି ପକ୍ଷୀ ଏଠାରେ ଉଡ଼ନ୍ତି, ତାହାଲେ ଏହା ଅନିଷ୍ଠର ଆଭାସ ବୋଲି ବିଶ୍ୱାସ ରହିଛି।