This browser does not support the video element.
ରେଢାଖୋଲ: ବିଶିପାଲି ଛକରେ ଲୁହା ସାମଗ୍ରୀ ବୋଝେଇ ପିକଅପ ଦୁର୍ଘଟଣା , ଅଳ୍ପକେ ବର୍ତ୍ତିଲେ କାର ଯାତ୍ରୀ
Rairakhol, Sambalpur | Sep 5, 2025
ରେଢ଼ାଖୋଲ ବଉଦ ରାସ୍ତାର ବିଶିପାଲି ଛକରେ ଶୁକ୍ରବାର ଅପରାହ୍ନରେ ଏକ ଲୁହା ସାମଗ୍ରୀ ବୋଝେଇ ପିକଅପ ଦୁର୍ଘଟଣା ହୋଇଛି ତେଣୁ ଲୁହା ସାମଗ୍ରୀ ରାସ୍ତା ସାରା ବିଛେଇ ହୋଇ ପଡ଼ିଥିଲା , ଫଳରେ ରାସ୍ତାରେ ଏକ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ବନ୍ଦ ହୋଇଯାଇଥିଲା । ସୂଚନାଯୋଗ୍ୟ ଯେ ସମ୍ବଲପୁର ରୁ ଲୁହା ସାମଗ୍ରୀ ବୋଝେଇ ପିକଅପ ଭ୍ୟାନଟି ବଉଦ ଅଞ୍ଚଳକୁ ଯାଉଥିଲା ହେଲେ ସୁବଲିୟା ପଟରୁ ଏକ କାର ହଠାତ୍ ରାଜପଥକୁ ଚାଲିଆସିବାରୁ କାର ସହ ମୁହାଁମୁହିଁ ହୋଇ ଦୁର୍ଘଟଣା ହୋଇଥିଲା ।