This browser does not support the video element.
ଜଗତସିଂହପୁର: ଜିଲ୍ଲା ପୋଲିସ ପକ୍ଷରୁ ଏସଡ଼ିପିଓଙ୍କ କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ,ବ୍ରାଉନସୁଗାର ଜବତ ସମ୍ପର୍କରେ ସୂଚନା ଦେଲେ ଏସ୍ପି
Jagatsinghapur, Jagatsinghpur | Sep 3, 2025
ଜଗତସିଂହପୁର ଓ ପାରାଦ୍ୱୀପ ଅଞ୍ଚଳରୁ ବ୍ୟାପକ ବ୍ରାଉନ ସୁଗାର ଓ ନଗଦ ଅର୍ଥ ଜବତ ସହ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ଆଜି ରାତି ୮ ଟା ସମୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ପି ଅଙ୍କିତ କୁମାର ବର୍ମା । ଜଗତସିଂହପୁର ପୋଲିସ ଦ୍ୱାରା ଜଗତସିଂହପୁର ସହରର ଗୋପାଳସାଗର ଅଞ୍ଚଳରୁ ୩୫ ଗ୍ରାମ ବ୍ରାଉନସୁଗାର ଓ ନଗଦ ଅର୍ଥ ସହ ଜଣେ ଅଭିଯୁକ୍ତ ଗିରଫ ଓ ପାରାଦ୍ୱୀପ ପୋଲିସ ଦ୍ୱାରା ପାରାଦୀପ ଅଞ୍ଚଳରୁ ୨୧ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ଏସ୍ପି ସୂଚନା ଦେଇଛନ୍ତି ।