This browser does not support the video element.
ଛତ୍ରପୁର: ଯୁବକଙ୍କ ରିଲ୍ ନିଶା, ଗଞ୍ଜାମ ଜାତୀୟ ରାଜପଥରେ ବାଇକ୍ ଷ୍ଟଣ୍ଡ ଭିଡିଓ ଭାଇରାଲ ପରେ କାର୍ଯ୍ଯାନୁଷ୍ଠାନ ପାଇଁ ଓଡିଶା ପୋଲିସର ସୁପାରିଶ
Chhatrapur, Ganjam | Aug 22, 2025
ଏ ଦୃଶ୍ୟ ହେଉଛି ଗଞ୍ଜାମ ସହର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ।ହାତ ଛାଡି ଗାଡି ଚାଳନା କରୁଛନ୍ତି ଏ ଯୁବକ ।ନା ଅଛି ନିଜ ଜୀବନ ସୁରକ୍ଷା ଦେବା କଥା ନା ଅଛି ପୋଲିସ ଭୟ ।ଜାତୀୟ ରାଜପଥ ରେ ବିନା ହେଲମେଟ ରେ ହାତ ଛାଡି ଗାଡି ଚାଳନା କରୁଛନ୍ତି। ନିଜେ ବିପଦରେ ପଡ଼ି ସହିତ ସାଧାରଣ ଲୋକଙ୍କୁ ବିପଦରେ ପକାଉଛନ୍ତି। ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଓଡିଶା ପୋଲିସ ପକ୍ଷରୁ ତୁରନ୍ତ ଏ ଯୁବକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଏସପିଙ୍କୁ ସୁପାରିଶ କରାଯାଇଛି।