This browser does not support the video element.
ଝାରପୋଖରିଆ: ରାଉତରା ଗ୍ରାମ ନିକଟରେ ବାଇକରୁ ଖସିପଡି ଚିକିତ୍ସାଧୀନ ଅବସ୍ଥାରେ ନାବାଳକ ମୃତ
Jharpokharia, Mayurbhanj | Oct 15, 2024
ବାଇକରୁ ଖସି ଚିକିତ୍ସା ଅବସ୍ଥାରେ ନାବାଳକ ମୃତ- ଝାରପୋଖରିଆ ଥାନା ଅନ୍ତର୍ଗତ ରାଉତରା ଗ୍ରାମ ନିକଟରେ ବାଇକରୁ ଖସି ପଡି ଜନୈକ ନାବାଳକର ଚିକିତ୍ସାଧୀନ ଅବସ୍ଥାରେମୃତ୍ୟୁ ହୋଇ ଯାଇଛି । ମୃତକ ଜଣକ ସ୍ଥାନୀୟ ବେଲବରିଆ ଗ୍ରାମର ଘନ ସିଂଙ୍କ ପୁଅ ଶିବ ସିଂ (୧୬ ) ବୋଲି ଜଣା ପଡିଛି । ସ୍ଥାନୀୟ ଲୋକଙ୍କ ସୂଚନା ମୂତାବକ ବାଇକରେ ତିନିଜଣ ନାବାଳକ ରାଜାଲୋକାରୁ ରାବଣ ପୋଡି ଦେଖି ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଯାଇଥିଲା । ଫଳରେ ତିନିଜଣ ଜାକ ଛିଟିକି ପଡିଥିବା ବେଳେ ଜଣେ ରାସ୍ତା କଡ ଡ୍ରେନରେ ଗଳି ପଡିଥିବା ଜଣା ପଡିଛି । ସ୍ଥାନ