This browser does not support the video element.
ସୁନ୍ଦରଗଡ ସହର: ସୁନ୍ଦରଗଡ଼ ସ୍ଥିତ ସରକାରୀ ମହାବିଦ୍ୟାଳୟ ଠାରେ ବିଶ୍ଵ ଐତିହ୍ୟ ସପ୍ତାହ ଉଦଘାଟିତ..
Sundargarh Town, Sundargarh | Nov 19, 2024
ସୁନ୍ଦରଗଡ଼ ସ୍ଥିତ ସରକାରୀ ମହାବିଦ୍ୟାଳୟ ଠାରେ ବିଶ୍ଵ ଐତିହ୍ୟ ସପ୍ତାହ ପାଳନ.. ସରକାରୀ ମହାବିଦ୍ୟାଳୟରେ ଇତିହାସ ବିଭାଗ ଆନୁକୂଲ୍ୟ ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୁରୀ ଶାଖା ସହଭାଗିତାରେ ‘ବିଶ୍ବ ଐତିହ୍ୟ ସପ୍ତାହ’ ଆଜି ଦିନ 11,30 ସମୟରେ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ବୀରେନ୍ଦ୍ର କୁମାର ପଟେଲ ସଭାପତିତ୍ବ କରିଥିବାବେଳେ ମୁଖ୍ୟଅତିଥି ଭାବେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୁରୀ ଶାଖା ଅଧିକ୍ଷଣ ପ୍ରତ୍ନତତ୍ତ୍ବବିତ୍ ଡ. ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ଯୋଗଦେଇଥିଲେ..