This browser does not support the video element.
ଜମନକିରା: ଜମନକିରା ଠାରେ ପାଚକ ପାଚିକା ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ରେଲି ଅନୁଷ୍ଠିତ
Jamankira, Sambalpur | Sep 6, 2025
ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହା ସଂଘ ଜମନକିରା ଶାଖା ପକ୍ଷରୁ ଜମନକିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ସଭାପତି ଭାରତୀ ଭୋଇ ଙ୍କ ନେତୃତ୍ୱରେ ଏକ ଶନିବାର ଦିନ କଦଳୀ ମୁଣ୍ଡା ଠାରୁ ଏକ ରେଲି ବାହାରି ଜମନକିରା ମୁଖ୍ୟ ବସ ଷ୍ଟାଣ୍ଡ ଦେଇ ଜମନକିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜମନକିରା ବିଇଓ ଙ୍କୁ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।