This browser does not support the video element.
ଗୋଲାମୁଣ୍ଡା: ନୂଆଗାଁ ଠାରେ ବଳଦକୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର
Golamunda, Kalahandi | Feb 6, 2024
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆଗାଁ ପଞ୍ଚାୟତ ନୂଆଗାଁ ଠାରେ ମଙ୍ଗଳବାର ସକାଳ ୧୧ ଟା ସମୟରେ ବଳଦକୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ରାମଚନ୍ଦ୍ରପୁର ଗ୍ରାମର ଲକ୍ଷ୍ମଣ ଭୋଇ ବାଇକ ଯୋଗେ ନୂଆଗାଁକୁ ଯାଉଥିବା ବେଳେ ବଳଦ ସହିତ ଧକ୍କା ହେବାରୁ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ହେବା ଫଳରେ ଅଣ୍ଟା ନିକଟରେ ଅଧିକ ଆଘାତ ଲାଗିଥିବା ବେଳେ ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇଥିବା ସୂଚନା ମିଳିଛି।