This browser does not support the video element.
ଜଗତସିଂହପୁର: ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ନବଭାରତ ସ୍ବାକ୍ଷରତା ସଚେତନତା ସଭା ଅନୁଷ୍ଠିତ, ଯୋଗଦେଲେ ଏଡିଇଓ
Jagatsinghapur, Jagatsinghpur | Sep 8, 2025
ଆନ୍ତର୍ଜାତୀୟ ସ୍ବାକ୍ଷରତା ଦିବସ ଅବସରରେ ସଦରମହକୁମା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ନବଭାରତ ସ୍ୱାକ୍ଷରତା ସଚେତନତା ସଭା ଅନୁଷ୍ଠିତ । ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ଆଜି ଦିନ ୨ ଟା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ପରେଶ ଚନ୍ଦ୍ର ସାହୁ ଓ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ତାର୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ