This browser does not support the video element.
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇରେ ଏକ ଦୋକାନ ଭିତରୁ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତକୁ ଉଠାଇ ଆଣିଲା ପୋଲିସ
Kendrapara, Kendrapara | Sep 3, 2025
ପଟ୍ଟାମୁଣ୍ଡାଇରେ ଏକ ଦୋକାନ ଭିତରୁ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ମାମଲାର ଅଭିଯୁକ୍ତ ଚକୁଳି ଓରଫ ସନ୍ତୋଷଙ୍କୁ ପଟ୍ଟାମୁଣ୍ଡାଇ ପୋଲିସ ଯାଜପୁର ଅଞ୍ଚଳରୁ ଉଠାଇ ଆଣିବାରେ ସମର୍ଥ ହୋଇଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଶେଷ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତଙ୍କୁ ଧରି ଆଣିବା ପରେ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଆଜି 10 ଘଣ୍ଟିକା ସମୟରେ ସୂଚନା ମିଳିଛି ।