This browser does not support the video element.
ଓରିଏଣ୍ଟ: ମଣ୍ଡଲିଆ ସ୍ଥିତ ଏମସିଏଲର କଲ୍ୟାଣ ମଣ୍ଡପରେ ଚାଲିଥିବା ୧୭ବର୍ଷରୁ କମ ରାଜ୍ୟ ସ୍ତରୀୟ ବାଳକ ବାଳିକା ଓପନ ଚେସ ପ୍ରତିଯୋଗିତା ଉଦଯାପିତ
Orient, Jharsuguda | Sep 2, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମଣ୍ଡଲିଆ ସ୍ଥିତ ଏମ ସି ଏଲ ର କଲ୍ୟାଣ ମଣ୍ଡପ ରେ ଚାଲିଥିବା 17 ବର୍ଷରୁ କମ ରାଜ୍ୟ ସ୍ତରୀୟ ବାଳକ ବାଳିକା ଓପନ ଚେସ ପ୍ରତିଯୋଗିତା ଆଜି ସନ୍ଧ୍ୟା ଛଅଟା ସମୟରେ ଉଦଯାପିତ ହୋଇଯାଇଛି। ଏହାର ଉଦଯାପନି ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ଯୋଗଦାନ କରିଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୯୬ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିବାବେଳେ ୭୭ ଜଣ ବାଳକ ଓ ୧୯ ଜଣ ବାଳିକା ଅଂଶଗ୍ରହଣ କରିଥିଲେ।