Download Now Banner

This browser does not support the video element.

ଦେବଗଡ: ବସାଲଇ ଗ୍ରାମରେ ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

Debagarh, Debagarh (Deogarh) | Sep 26, 2025
ବାରକୋଟ ବ୍ଲକ ବସାଲଇ ଗ୍ରାମରେ ପଂଚାୟତ ଆଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ସମୁଦାୟ ୧୬ ଟି ଦଳକୁ ନେଇ ଆଜି ତ୍ରିଦିବସୀୟ ନକଆଉଟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ସନ୍ଧ୍ୟା ପ୍ରାୟ ୫ ପର୍ଯ୍ୟନ୍ତ ବିଭିନ୍ନ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପଂଚାୟତ ଆଥେଲେଟିକ ଏସୋସିଏସନର ସଭାପତି ରଞ୍ଜନ କୁମାର ଦେହୁରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ଦେବଗଡ ଜିଲ୍ଲା ଓକିଲ ସଂଘର ସମ୍ପାଦକ ସିଦ୍ଧେଶ୍ୱର ଗୁରୁ ଫିତାକାଟିବା ସହ ଖେଳାଳୀଙ୍କ ସହ ହାତ ମିଳାଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।
Read More News
T & CPrivacy PolicyContact Us