Download Now Banner

This browser does not support the video element.

ରାୟଗଡା: ସ୍ଥାନୀୟ ରେଳଷ୍ଟେସନ ରାସ୍ତାରେ ୨୧ କେଜି ୨୫୦ ଗ୍ରାମ ଗଞ୍ଜେଇ ଜବତ କଲା ଜିଲ୍ଲା ଅବକାରୀ ବିଭାଗ

Rayagada, Rayagada | Mar 20, 2025
ଗୁରୁବାର ପୂର୍ବାହ୍ନରେ ରାୟଗଡ଼ା ରେଳଷ୍ଟେସନ ରାସ୍ତାରେ ଜିଲ୍ଲା ଅବକାରୀ ବିଭାଗ ୨୧ କେଜି ୨୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ମଧ୍ୟପ୍ରଦେଶର ସଞ୍ଜୟ କୁମାରଙ୍କୁ ଗିରଫ କରାଯାଇଛି।ପିଆର ନମ୍ବର ୩୩୦/୨୪-୨୫ ରେ ଅବକାରୀ ଅଧିକାରୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଅବକାରୀ ଓଆଇସି ସଞ୍ଜୟ କୁମାର ପ୍ରଧାନ,ଏଏସଆଇ ରାମେଶ୍ବର ବେହେରା, କନେଷ୍ଟବଳ ଅମର ଦଳାଇ, କିଶୋର ବିଡିକା,ଗୁଜାରୀ ଧର୍ମାରାଓ, ସନ୍ଦୀପ ପାତ୍ର ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।
Read More News
T & CPrivacy PolicyContact Us