This browser does not support the video element.
ଆନନ୍ଦପୁର: ସୁଲଣ ଗ୍ରାମରେ ଅଭାବନୀୟ ଘଟଣା, ପୁଅ ଆକ୍ରମଣରେ ବାପ ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ
Anandapur, Kendujhar | Sep 22, 2025
ଜମିବାଡି ବିବାଦକୁ କେନ୍ଦ୍ରକରି ବାପାକୁ ଆକ୍ରମଣ କରି ଗୁରୁତର କରିଛି ପୁଅ। ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ସୁଲଣ ଗାଁ ରେ। ଆଜି ଦିନ ୧୨ଟା ବେଳେ ଧାନବିଲରେ କାମ କରିବା ସମୟରେ ଜମିବାଡି ଭାଗବଣ୍ଟାକୁ କେନ୍ଦ୍ରକରି ଗାଁର ବିଦ୍ଯାଧର ଜେନାଙ୍କୁ ତାଙ୍କ ସାନପୁଅ ଗନ୍ଧର୍ବ ଓ ତା ସ୍ତ୍ରୀ ମିଶି ଠେଙ୍ଗାରେ ଆକ୍ରମଣ କରିଛନ୍ତି । ଏଥିରେ ବିଦ୍ଯାଧର ଗୁରୁତର ହୋଇଛନ୍ତି। ନନ୍ଦିପଦା ଥାନାରେ ଅଭିଯୋଗ କଲାପରେ ପୋଲିସ୍ ବିଦ୍ଯାଧରଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଛି ।