Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ମୋତିଗଞ୍ଜ ବଜାର ଭାରତ ଖଦି ଗ୍ରାମ ଉଦ୍ୟୋଗ ରେ ଖଦି ବସ୍ତ୍ର କିଣିଲେ ସାଂସଦ

Baleshwar M, Balasore | Oct 4, 2025
‎ସ୍ଥାନୀୟ ଓ ସ୍ବଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଦିନ ୧ଟାରେ ଦଳିୟ କାର୍ଯ୍ୟକର୍ତ୍ତାଙ୍କ ସହିତ ମୋତିଗଞ୍ଜ ସ୍ଥିତ ଭାରତ ଖଦି ଗ୍ରାମ ଉଦ୍ୟୋଗ ଠାରେ ପହଞ୍ଚିଥିଲେ। ନିଜେ ଖଦି ବସ୍ତ୍ର କିଣିବା ସହିତ ଉପସ୍ଥିତ ଥିବା ସମସ୍ତଙ୍କ ପାଇଁ ତାଙ୍କ ପସନ୍ଦର ବସ୍ତ୍ର ପରିଧାନ କିଣି ଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ସ୍ଥାନୀୟ ଉତ୍ପାଦ ଓ ସ୍ବଦେଶୀ ବସ୍ତୁ ପ୍ରତି ଆକର୍ଷିତ କରିବା, ଯାହା ଫଳରେ ସ୍ଥାନୀୟ ରୋଜଗାର ବୃଦ୍ଧି ପାଇବ ଓ ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ।
Read More News
T & CPrivacy PolicyContact Us