This browser does not support the video element.
କଟକ ପୌରାଞ୍ଚଳ: ବ୍ୟାନର ଚିରାକୁ କେନ୍ଦ୍ରକରି ଅରୁଣୋଦୟ ମାର୍କେଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି
Cuttack M Corp PS, Cuttack | Sep 4, 2025
ବ୍ୟାନର ଚିରିବାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଏଭଳି ଘଟଣା ଗୁରୁବାର ରାତି ୧୦ ଟାରେ ଅରୁଣୋଦୟ ମାର୍କେଟ ନିକଟରେ । ଆକ୍ରମଣ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ପୋଲିସ ସୂଚନା ଅନୁସାରେ, ଅରୁଣୋଦୟ ମାର୍କେଟ ପାଖରେ ଥିବା ପେଟ୍ରୋଲ ପମ୍ପ ଠାରୁ କିଛି ଦୂର ଏକ ଗଳି ଭିତରେ ଜଣେ ବ୍ୟକ୍ତିଙ୍କର ଏକାଦଶାହ କର୍ମ ଲାଗି କିଛି ବ୍ୟାନର ମଧ୍ୟ ଲାଗିଥିଲା । ଜଣେ ଯୁବକ ଆସି ହଠାତ ସେହି ବ୍ୟାନର ଚିରିବାରୁ ବିବାଦ ଦେଖାଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି, ତେବେ ବ୍ୟାନର ଚିରିଥିବା ଯୁବକ ନାଁ ରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି।