This browser does not support the video element.
ଜଗତସିଂହପୁର: ଏରସମା ପୋଲିସ ଦ୍ୱାରା ଚୋରାମଦ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ନେଇ ଜିଲ୍ଲା ଏସପିଙ୍କ ପକ୍ଷରୁ ସୂଚନା
Jagatsinghapur, Jagatsinghpur | Sep 12, 2025
ଏରସମା ପୋଲିସ ଦ୍ୱାରା ଚୋରାମଦ ଜବତ ନେଇ ଜିଲ୍ଲା ଏସପିଙ୍କ ପକ୍ଷରୁ ସୂଚନା । ଏ ନେଇ ଆଜି ଦିନ ୧୧ ଟା ସମୟରେ ସୂଚନା । ସୁଚନାମୁତାବକ ଏରସମା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ଜୀବନଜ୍ୟୋତି ସ୍ବାଇଁ ନାମକ ଜଣେ ବ୍ୟକ୍ତି ଚୋରାମଦ କାରବାର କରୁଥିବାର ଖବର ପାଇ ଏରସମା ପୋଲିସର ଏକ ଟିମ ଚଢ଼ାଉ କରି ଅଭିଯୁକ୍ତ ଜୀବନଜ୍ୟୋତି ସ୍ବାଇଁକୁ ଗିରଫ କରିବା ସହ ତା ନିକଟରୁ ୩ଲିଟରରୁ ଉର୍ଦ୍ଧ ଚୋରାମଦ ଜବତ କରିଛନ୍ତି । ପରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି