This browser does not support the video element.
ବରଗଡ: ଲେଙ୍ଗୁ ମିଶ୍ର ଛକରେ ବରଗଡ ନାଗରିକ ମଞ୍ଚର ଦାବିକୁ ନେଇ ପ୍ରତିକ୍ରିୟା ରଖିଲେ ବରଗଡ ଉପଜିଲ୍ଲାପାଳ
Bargarh, Bargarh (Baragarh) | Sep 9, 2025
ବରଗଡ଼ ସହରର ମୁଖ୍ୟ ରାସ୍ତା ଲେଙ୍ଗୁ ମିଶ୍ର ଛକରୁ ଜିରା ବ୍ରିଜ ପର୍ଯ୍ୟନ୍ତ 120 ଫୁଟ ରାସ୍ତା ନାଗରିକ ମଞ୍ଚର ଦାବିକୁ ନେଇ ପ୍ରତିକ୍ରିୟା ରଖିଲେ ବରଗଡ଼ ଉପଜିଲ୍ଲାପାଳ | ମଙ୍ଗଳବାର ଲେଙ୍ଗୁ ମିଶ୍ର ଛକ ଠାରେ ନାଗରିକ ମଞ୍ଚ ସହ ଆଲୋଚନା କରିବା ସହ ମଧ୍ୟାହ୍ନ 1.30 ଘଣ୍ଟା ସମୟରେ ନିଜ ପ୍ରତିକ୍ରିୟା ରଖିଛନ୍ତି | ପୂର୍ବରୁ ଏହି ରାସ୍ତା 120 ଫୁଟ ଥିବା ଦସ୍ତାବିଜକୁ ପ୍ରଦାନ କରାଯାଇଛି | ତେବେ ବର୍ତ୍ତମାନ କୋର୍ଟରେ ଏହା ଷ୍ଟେ ରହିଥିବା ବେଳେ ଆଗାମୀ ଦିନରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ଉପଜିଲ୍ଲାପାଳ ।