This browser does not support the video element.
ଡାବୁଗାଁ: ଝିଟୁକୁଗୁଡା ନିକଟରେ 2 କାର ମଧ୍ୟରେ ଧକ୍କା, 4 ଗୁରୁତର
Dabugan, Nabarangpur | Sep 2, 2025
ପାପଡାହାଣ୍ଡି ଦେଇ ଯାଇଥିବା 26 ନଂ ଜାତୀୟ ରାଜପଥ ଝିଟୁକୁଗୁଡା ବୁଲାଣି ନିକଟରେ ଆଜି ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଉଭୟ କାର ମଧ୍ୟରେ ଥିବା ଲୋକ ଗୁରୁତର ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପାପଡାହାଣ୍ଡି ମେଡ଼ିକାଲ ପଠାଇଥିଲେ ଓ ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।ମନରଞ୍ଜନ ବିଶ୍ୱାଳ ସେମିଳିଗୁଡା ଠାରୁ କଳାହାଣ୍ଡି ଜୟପାଟଣା ଯାଉଥିବା ସମୟରେ ବିପରୀତ ଦିଗରୁ କଳାହାଣ୍ଡି ଆଡୁ ଅନ୍ୟ କାରରେ ତିନି ଜଣ ନବରଙ୍ଗପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । 4 ଜଣ ଗୁରୁତର ହୋଇଥିଲେ |