This browser does not support the video element.
ଦେବଗଡ: ଓସ୍ୱାନ ସମ୍ମିଳନୀ କକ୍ଷରେ ଓସ୍ୱାସର ସଫଳ ରୂପାୟନ ପାଇଁ ଅଧିକାରୀ ଓ କର୍ମଚାରୀ ଙ୍କ ତାଲିମ ଶିବିର
Debagarh, Debagarh (Deogarh) | Sep 2, 2025
ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ସମ୍ମିଳନୀ କକ୍ଷରେ ଓସ୍ୱାସର ସଫଳ ରୂପାୟନ ପାଇଁ ଅଧିକାରୀ ଓ କର୍ମଚାରୀ ଙ୍କ ତାଲିମ ଶିବିର ଆଜି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭର୍ଚୁଆଳ ତଥା ଆଭାସୀ ମାଧ୍ୟମରେ ଓସ୍ୱାନ ସମ୍ମିଳନୀ କକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସମସ୍ତ ଫାଇଲ ଡିଲିଂ ଅଧିକାରୀ ଏବଂ କର୍ମଚାରୀ କମ୍ପ୍ୟୁଟର ମାଧ୍ୟମରେ ଫାଇଲ ପ୍ରସେଶିଂ କରିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା ।