Download Now Banner

This browser does not support the video element.

ଆନନ୍ଦପୁର: ଶିକ୍ଷକ ବଦଳି ପ୍ରତିବାଦରେ ମହୁଲପଙ୍ଖା ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଛାତ୍ରଛାତ୍ରୀ

Anandapur, Kendujhar | Sep 12, 2025
ଶିକ୍ଷକ ବଦଳି ପ୍ରତିବାଦରେ ଆନନ୍ଦପୁର ଉପଖଣ୍ଡ ମହୁଲପଙ୍ଖା  ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ସେମାନଙ୍କ ଅଭିଯୋଗ ଯେ ମହୁଲପଙ୍ଖା ପ୍ରାଥମିକ ବିଦ୍ୟାଳୟରେ  ୫ଟି ଶ୍ରେଣୀ ଥିବା ବେଳେ ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। ଜଣେ ଅସୁସ୍ଥ ହୋଇ ଛୁଟିରେ ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଙ୍କୁ ରାତାରାତି ବଦଳି କରାଯାଇଛି। ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସକାଳ୧୦ଟା ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us