Download Now Banner

This browser does not support the video element.

ମହୁଲପାଲି: ଜରାବଗା ଠାରେ ଡ୍ରାଇଭର ଦିବସ ପାଳିତ

Mahulpalli, Sambalpur | Sep 1, 2025
ବାମରା ବ୍ଲକ ଅନ୍ତର୍ଗତ ଜରାବଗା ଠାରେ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ବ୍ଲକ୍ ସ୍ତରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜରାବଗା କଲେଜ୍ ଅଧ୍ୟକ୍ଷ ବାବୁଲାଲ ପୂଝାରୀ ଯୋଗ ଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୂରୁଆ, ଗ୍ରାମ୍ୟ କମିଟି ସଭାପତି ବାଲୁଙ୍କେଶ୍ୱର ମିଶ୍ର, ସାମ୍ବାଦିକ ସୁରେଶ କୁମାର ଘୋଷ ଓ କୁଚିଣ୍ଡା ଡ୍ରାଇଭର ସଙ୍ଘ ସଭାପତି ଜୟକୃଷ୍ଣ ପାତ୍ର ଯୋଗ ଦେଇ ଦେଶ ପାଇଁ ଡ୍ରାଇଭର ମାନଙ୍କ ଆବଶ୍ୟକତା ଓ ଡ୍ରାଇଭର ଦିବସ ପାଳନ ର ଉଦ୍ଦେଶ୍ୟ ନେଇ ମତବ୍ୟକ୍ତ କରିଥିଲେ।
Read More News
T & CPrivacy PolicyContact Us