This browser does not support the video element.
ଢେଙ୍କାନାଳ ସଦର: ଅଁଳାବେରଣୀ ଛକ ନିକଟ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
Dhenkanal Sadar, Dhenkanal | Sep 28, 2025
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅଁଳାବେରଣୀ ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୁଚନା ମୁତାବକ ବାଙ୍କୁଆଳ ଗ୍ରାମର ବୀରବର ସାହୁଙ୍କ ପୁଅ ବିକାଶ ସାହୁ ଏବଂ ଅନ୍ୟ ଜଣେ ଯୁବକ ବାଇକରେ କୌଣସି କାମରେ ଆସି ଘରକୁ ଫେରୁଥିବା ବେଳେ ବାଇକ ଦୃତ ଗତିରେ ଯାଉଥିବା ବେଳେ ରାସ୍ତାରେ ଏକ ଗାଇ ସହିତ ଦୁର୍ଘଟଣା ଘଟିଥିଲା । ଯାହାଦ୍ଵାରା ବାଇକରେ ଥିବା ୨ସାଙ୍ଗ ଛିଟିକି ପଡିଥିଲେ । ୨ଜଣ ସାଂଗଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।