Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ହାତୀ ଶିକାର ଓ ଦାନ୍ତ କାରବାର ମାମଲାରେ ୧୮ ମାସ ପରେ ଠାକୁରଗୋଡା ଗ୍ରାମର ଜଣକୁ ଗିରଫ କଲା ବନ ବିଭାଗ

Baripada M, Mayurbhanj | Sep 5, 2025
ଶିମିଳିପାଳ ଅଭୟାରଣ୍ୟରୁ ହାତୀ ଶିକାର ଓ ଦାନ୍ତ ବିକ୍ରି ମାମଲାରେ ଫେରାର ଅଭିଯୁକ୍ତକୁ ୧୮ମାସ ପରେ ଧରିବାରେ ବନ ବିଭାଗ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ଯଶିପୁର ଥାନା ଅନ୍ତର୍ଗତ ଧଳବଣି ଅଞ୍ଚଳର ଠାକୁରଗୋଡା ଗ୍ରାମର ଯୋଗେଶ୍ୱର ଦେହୁରୀ। ହାତୀ ଦାନ୍ତ ଚୋରା ଚାଲାଣର ଅନ୍ୟ ସମ୍ପୃକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ ଶିମିଳିପାଳର ଡେପୁଟି ଡାଇରେକ୍ଟର (ଦକ୍ଷିଣ) ସମ୍ରାଟ ଗୌଡ଼ା ଶୁକ୍ରବାର ଦିନ ପ୍ରାୟ ୧୨.୩୦ଟାରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି।
Read More News
T & CPrivacy PolicyContact Us