Download Now Banner

This browser does not support the video element.

କବିସୂର୍ଯ୍ୟନଗର: ସୋରଡ଼ାପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା

Kabisuryanagar, Ganjam | Aug 13, 2025
ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲୀ ମସାଣି ସାହି ଠାରେ ଘଟିଛି ହତ୍ୟା କାଣ୍ଡ । ଜଣେ ଯୁବକଙ୍କୁ ୩ ଜଣ ଯୁବକ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରାଯାଇଛି। ସାଂଗ ହୋଇ ମଦ ପିଇ କୋଦାଳ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ୩ ଜଣ ଯୁବକ। ସୋରଡ଼ା ପଲ୍ଲୀ ଗ୍ରାମର କୈଳାସ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି । କୋଦାଳରେ ମୁଣ୍ଡକୁ ହାଣି ଦେଇଥିଲେ। ପରେ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ଯା କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଶ୍ରୀକ୍ଷେତ୍ର ଶବର ଥାନାରେ ଆତ୍ମ ସମର୍ପଣ କରିଛନ୍ତି ।
Read More News
T & CPrivacy PolicyContact Us