Download Now Banner

This browser does not support the video element.

ଲକ୍ଷ୍ମୀପୁର: ମଣ୍ଡଳଗୁଡା କଲୋନୀ ନିକଟରେ ଗଛ ପଡି ତିନି ଘଣ୍ଟା ଧରି ରାସ୍ତା ଅବରୋଧ

Lakshmipur, Koraput | Aug 25, 2025
ସକାଳ ସାତଟାରୁ ଦଶଟା ଯାଏଁ ରାସ୍ତା ଅବରୋଧ ଥିଲା।ପ୍ରାପ୍ତ ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳଗୁଡା କଲୋନି ପାଖ ରାସ୍ତା ଉପରେ ସକାଳ ସାତଟା ବେଳେ ବର୍ଷା ପବନ ରେ ଏକ ବିରାଟ ବଡ଼ ଆମ୍ବଗଛ ପଡି ରାସ୍ତା ଅବରୋଧ ହୋଇଥିଲା।ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ତିନି ଘଣ୍ଟା ଧରି ଶତାଧିକ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।ଟିକିରି ଠାରୁ ରାୟଗଡା ଯାଉଥିବା ଯାନବାହାନ ଯାତାୟାତ ରେ ବାଧା ଉପୁଜିଥିଲା।ଅନେକ ଯାତ୍ରୀ ଅଟକି ରହି ଅସୁବିଧାର ସମ୍ମୁଖୀନ ହେବା ଦେଖି କଲୋନିର କିଛି ଲୋକ ହାତରେ ଟାଙ୍ଗୀଆ ଧରି ନିଜେ ଗଛ କାଟି ସଫା କଲେ।
Read More News
T & CPrivacy PolicyContact Us