This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ସ୍ଥିତ ପିଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଜାତୀୟ ମହାକାଶ ଦିବସ ପାଲିତ, ଯୋଗଦେଲେ ଝାରସୁଗୁଡା ବିଧାୟକ
Orient, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ସ୍ଥିତ ପିଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଜାତୀୟ ମହାକାଶ ଦିବସ ପାଲିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରି ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ଙ୍କୁ ଏକ ପ୍ରେରଣା ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା , ଅନ୍ତ୍ରରୀକ୍ଷ ଅନୁସନ୍ଧାନ ଦିଗରେ ପ୍ରେରିତ କରିବାରେ ସାହାଯ୍ୟ କରିବ ବୋଲି କାର୍ଯ୍ୟକ୍ରମ ରେ ଯୋଗଦେଇ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମତବ୍ୟକ୍ତ କରିଥିଲେ।