This browser does not support the video element.
କଟକ ପୌରାଞ୍ଚଳ: ଗଞ୍ଜେଇ କାରବାର କରିବା ସମୟରେ ଜଣେ ବେପାରୀକୁ ଶୁକ୍ରବାର ଗିରଫ କରିଛି ଲାଲବାଗ ଥାନା ପୁଲିସ।
Cuttack M Corp PS, Cuttack | Sep 12, 2025
ଗଞ୍ଜେଇ କାରବାର କରିବା ସମୟରେ ଜଣେ ବେପାରୀକୁ ଶୁକ୍ରବାର ସନ୍ଧ୍ୟା ୬.୩୦ ରେ ଗିରଫ କରିଛି ଲାଲବାଗ ଥାନା ପୁଲିସ। ତା’ପାଖରୁ ଦେଢ଼କିଲେ ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତଜଣକ ହେଲା ସ୍ଥାନୀୟ ବ୍ରାହ୍ମଣସାହିର ସେଖ୍ ଅଜୁ(୪୫)। ଜଣେ ସଦିଗ୍ଧ ବ୍ୟକ୍ତି ବେଲଭ୍ୟୁ ଛକ ନିକଟରେ ହାତରେ ଏକ ବ୍ୟାଗଧରି ସନ୍ଦେହଜନକ ଭାବେ ବୁଲୁଥିବା ନେଇ ପୁଲିସକୁ ଖବର ମିଳିବା ପରେ ଚଢ଼ାଉ କରିଥିଲା ପୋଲିସ।