Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବସଧକ୍କାରେ ଯୁବକ ମୃତ,କ୍ଷତି ପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ, ମତପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ

Bhadrak Rural, Bhadrak | Sep 1, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଗଦି ସାମନ୍ତରାୟ ପୁର ନିକଟରେ ଘଟିଛି ଦୁର୍ଘଟଣା, ଦୁର୍ଘଟଣାରେ ଯୁବକ ମୃତ। ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମ ର ଜଗନ୍ନାଥ ସାହୁ, ସୂଚନା ମୁତାବକ ଆଜି ସକାଳ ୧୦ ଘଟିକା ସମୟରେ ବସଟି ଚାନ୍ଦବାଲି ରୁ ଭଦ୍ରକ ଅଭିମୁଖେ ଯାଉଥିଲା ଗଦିବଜାର ଜେନା ସାହି ନିକଟରେ ଜଗନ୍ନାଥ ସାହୁ ବସରୁ ଓଲ୍ହାଇବା ବେଳେ ତଳେପଡିଯାଇଥିଲେ ଫଳରେ ଗାଡିଟି ଚଢିଯାଇଥିଲା।ଶବ ବ୍ୟବଛେଦ ପରେ ଶବ ଆଣି ରାତି ପ୍ରାୟ ୮ ଘଟିକା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ପୋଲିସ ପହଞ୍ଚି ବୁଝାସୁଝା କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us