This browser does not support the video element.
ମାଲକାନଗିରି: ବାଲିମେଳା ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଏନଏସି ଅଧ୍ୟକ୍ଷ
Malkangiri, Malkangiri | Aug 31, 2025
ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଆଜି ସକାଳ ୯ଟା ସମୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ସମୟରେ ରାମଧୂନ ର ଧ୍ବନିରେ ପ୍ରଥମେ ସମଗ୍ର କାର୍ଯ୍ୟାଳୟ କମ୍ପି ଉଠିଥିଲା। ଏହାପରେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଏନଏସିର ସମସ୍ତ କର୍ମଚାରୀ ଏବଂ କାଉନସିଲର ମାନେ ଉପସ୍ଥିତ ଥିଲେ। ପରେ ବାଲିମେଳା ସହରର ଗୋପବନ୍ଧୁ ଛକ ଠାରୁ ଆରମ୍ଭ କରି ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ମିନି ମାରାଥନ ଦୌଡ଼