Download Now Banner

This browser does not support the video element.

କବିସୂର୍ଯ୍ୟନଗର: କେ. ବରିଡାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

Kabisuryanagar, Ganjam | Sep 8, 2025
ଅଭିଯୋଗ କରିବାକୁ କୌଣସି ଅଫିସକୁ ଦୌଡିବାକୁ ପଡିବ ନାହିଁ । ସରକାରୀ ଅଧିକାରୀ ଆସିବେ ଲୋକଙ୍କ ପାଖକୁ । ସେହିକ୍ରମରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ କେ. ବରିଡା ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି, ବେଗୁନିଆପଡ଼ା ଥାନା ଏସ ଆଇ ଟୁନା ପୀଡ଼ିକା , ସି ଡି ପି ଓ ନୀଳିମା ଟପ୍ପୋ, ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us