This browser does not support the video element.
ଗୋବିନ୍ଦପୁର: ଗୁର୍ଲା ଛକ ନିକଟରେ ବାଇକ୍ ଦୁର୍ଘଟଣା ରେ ୨ ଜଣ ଆହତ
Govindpur, Sambalpur | Sep 10, 2025
ଗୋବିନ୍ଦପୁର ସ୍ଥିତ ଗୁର୍ଲା ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ୨ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮ ଟା ସମୟରେ ଗୋବିନ୍ଦପୁର ର ଅଞ୍ଜନ ପଟେଲ ଓ ମଣ୍ଟୁ ଖଣ୍ଡା ଏକ ବାଇକ୍ ରେ ବାମରା ବସଷ୍ଟାଣ୍ଡ ପଟକୁ ଆସୁଥିବା ବେଳେ ଗୁର୍ଲା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ସେମାନେ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।