This browser does not support the video element.
ଛତ୍ରପୁର: ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ବ୍ରହ୍ମପୁର MKCG ମେଡିକାଲ ଠାରେ ୪୦ ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ
Chhatrapur, Ganjam | Aug 25, 2025
ବ୍ରହ୍ମପୁର ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଜାତୀୟ ଚକ୍ଷୁଦାନ ପକ୍ଷ ତା ୨୫.୦୮.୨୦୨୫ ଠାରୁ ୦୮.୦୯୨୦୨୫ ଯାଏ ଦୀର୍ଘ ୧୫ ଦିନ ଧରି ପାଳନ କରିବାକୁ ଯାଉଛି। ପକ୍ଷ ପାଳନର ପ୍ରଥମ ଦିବସରେ ବସନ୍ତ ଏକାଡେମୀର ପ୍ଲୁସ ୨ ଓ ପ୍ଲୁସ ୩ ଛାତ୍ରୀ ଓ ଛାତ୍ରମାନଙ୍କ ମଧ୍ୟରେ ଚକ୍ଷୁଦାନ ବିଷୟରେ ଆଲୋଚନା କରାଯାଇଛି। ସୋମବାର ଅପରାହ୍ନରେ ବ୍ରହ୍ମପୁର MKCG ବଡ ମେଡିକାଲ ଠାରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।