This browser does not support the video element.
ରେଢାଖୋଲ: କେରାଣ୍ଡି ଜୋରର ଖନ୍ଦାପାଲ ତଳେ କୁମ୍ଭୀର ଗୁଜବ , ଗହଲି ହଟାଇଲା ପୋଲିସ
Rairakhol, Sambalpur | Sep 8, 2025
କେରାଣ୍ଡି ଜୋରର ଖନ୍ଦାପାଲ ତଳେ କୁମ୍ଭୀର ଗୁଜବ , ଗହଲି ହଟାଇଲା ପୋଲିସ .ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ମଧ୍ୟ ଦେଇ ଯାଇଥିବା କେରାଣ୍ଡି ଜୋରର ଖନ୍ଦାପାଲ ତଳେ ସୋମବାର ସକାଳେ କୁମ୍ଭୀର ଥିବା ଏକ ଗୁଜବ ଖବର ପ୍ରଚାର ହୋଇଥିଲା। ଫଳରେ ଲୋକଙ୍କ ଗହଲି ଲାଗିରହିଥିଲା । ରାସ୍ତାରେ ଯିଏ ଯାଉଥିଲା ଟିକେ ଅଟକି ଖନ୍ଦାପୋଲର ଉପରେ ଠିଆ ହୋଇ ତଳକୁ ଅନାଉଥିଲା । ଲୋକଙ୍କ ଗହଲି କାରଣରୁ ରାଜ ପଥ ଜାମ ହୋଇଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡାଇ ଥିଲା ।