This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ସହରର ଭେନିଆ ପାରାଡ଼ାଇସ ଠାରେ ଭାରତୀୟ ବାୟୁସେନା ଦିବସ ପାଳିତ,ଯୋଗଦେଲେ ଅବସରପ୍ରାପ୍ତ ଏୟାର କମାଣ୍ଡର
Baleshwar M, Balasore | Oct 5, 2025
ବାୟୁସେନା ଆସୋସିଏସନ୍ ବାଲେଶ୍ଵର ଶାଖା ପକ୍ଷରୁ ରବିବାର ଦିନ ୧୨ ଟାରେ ସ୍ଥାନୀୟ ଭେନ୍ୟା ପାରାଡାଇସ ଠାରେ ଭାରତୀୟ ବାୟୁସେନା ଦିବସ ପାଳିତ। ଏୟାର ଫୋର୍ସ ଆସୋସିଏସନ ବାଲେଶ୍ଵର ଶାଖାର ସଭାପତି ଏୟାର ଭେଟେରାନ୍ ଶିବଦାସ କୁଣ୍ଡୁ ସଭାରେ ସଭାପତିତ୍ବ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏୟାର ଫୋର୍ସ ଆସୋସିଏସନ୍ ଓଡ଼ିଶା ରାଜ୍ୟ ଶାଖାର ସଭାପତି ଅବସରପ୍ରାପ୍ତ ଏୟାର କମାଣ୍ଡର ଅରବିନ୍ଦ ମହାନ୍ତି, ବିଶିଷ୍ଟ ସେବା ମଡେଲ ଏବଂ ରାଜ୍ୟ ସମ୍ପାଦକ ସ୍କ୍ୱାଡର୍ନ ଲିଡର (ଅବସରପ୍ରାପ୍ତ) ଅତନୁ କୁମାର ପଣ୍ଡା ତାଙ୍କ ସହଧର୍ମିଣୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।