This browser does not support the video element.
ସୁକିନ୍ଦା: କାଳିଆପାଣି ଦେହୁରୀ ସାହି ବାସିନ୍ଦା ରାଜ କିଶ୍ୱର ପ୍ରଧାନଙ୍କ ସନ୍ଦେହ ଜନକ ମୃତ୍ୟୁ
Sukinda, Jajpur | Sep 12, 2025
କାଳିଆପାଣି ଦେହୁରୀ ସାହି ବାସିନ୍ଦା ରାଜ କିଶ୍ୱର ପ୍ରଧାନ କାଳିଆପାଣି ପଧାନୀ ଥିଲେ । ଶୁକ୍ରବାର ସକାଳ ସମୟରେ ରାଜ କିଶ୍ୱର ପ୍ରଧାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ତାଙ୍କ ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । କାଳିଆପାଣି ଥାନାର ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀ ଚନ୍ଦନ ସୂଚନା ପାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ