Download Now Banner

This browser does not support the video element.

ସୋର: ଚମ୍ପୁ ଗ୍ରାମରେ ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

Soro, Balasore | Sep 1, 2025
ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଚମ୍ପୁ ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଏହି ଗ୍ରାମର ରବୀନ୍ଦ୍ର ବିଶ୍ୱାଳ(୬୮) ସକାଳ ଠାରୁ ଘରୁ ଆସି ଆଉ ଘରକୁ ଫେରି ନ ଥିଲେ।ସନ୍ଧ୍ୟାରେ ଗ୍ରାମ ମଧ୍ୟରେ ଥିବା ଦାସ ପୋଖରୀ ତୁଠରେ ତାଙ୍କର ଆଧାର କାର୍ଡ, ବଙ୍କୁଲି ବାଡ଼ି, ଜୋତା ଦେଖି ଗ୍ରାମବାସୀ ମାନେ ଟର୍ଚ୍ଚ ଆଲୁଅରେ ପୋଖରୀରେ ଖୋଜି ଥିଲେ। ସେ ପୋଖରୀରେ ଭାସୁଥିବାର ଦେଖି ସୋର ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅଗ୍ନିଶମ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରଙ୍କୁ ପାଣିରୁ ଉଦ୍ଧାର କରିଥିଲେ।
Read More News
T & CPrivacy PolicyContact Us