This browser does not support the video element.
ଡାବୁଗାଁ: ଲଦି ଗ୍ରାମରେ ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର#jansamasya
Dabugan, Nabarangpur | Sep 4, 2025
ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଲଦି ଗ୍ରାମରେ ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର | ବର୍ଷା ହେଲେ ଛାତରୁ ପାଣି ଗଳୁ ଥିବା ବେଳେ କାନ୍ଥ ଗୁଡିକ ଭାଙ୍ଗି ଗଲାଣି | ସୁରକ୍ଷା ପାଚେରି ମଧ୍ୟ ନାହିଁ | ତେଣୁ ଅଭିଭାବକ ବର୍ଷା ହେଲେ ପିଲାଙ୍କୁ କେନ୍ଦ୍ରକୁ ଛାଡିବାକୁ ସୁରକ୍ଷିତ ମଣୁ ନାହାନ୍ତି | ଦୀର୍ଘ ଦିନ ଧରି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲାଗି ଗ୍ରାମବାସି ଦାବି କରିଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ | ପିଲାଙ୍କ ସୁରକ୍ଷା ଦୃଷ୍ଟିରେ ଶୀଘ୍ର ନୂତନ କେନ୍ଦ୍ର ନିର୍ମାଣ ଲାଗି ଦାବି କରିଛନ୍ତି |