This browser does not support the video element.
ପାଲଲହଡା: ଡେରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୋଲିସ ସୁରକ୍ଷା ସପ୍ତାହ ପାଳନ
Palalahada, Angul | Nov 12, 2024
ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ଡେରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ସୁରକ୍ଷା ସପ୍ତାହ ପାଳନ ହୋଇଥିବା ମଙ୍ଗଳବାର ଦିନ ୧୨:୧୫ ସମୟରେ ଜଣାପଡ଼ିଛି। ଡେରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ପୋଲିସ ପ୍ରଶାସନ ଓ ସରପଞ୍ଚଙ୍କ ମିଳିତ ସହଯୋଗରେ ପୋଲିସ ସୁରକ୍ଷା ସପ୍ତାହ ପାଳନ ଅନୁଷ୍ଠିତ ହୋଇଥଲା।ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ତାଙ୍କର ବିଭିନ୍ନ ସୁରକ୍ଷା ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ ଜଣାଇ ଥିଲେ। ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀ ଜନସାଧାରଣଙ୍କୁ କହିଥିଲେ।