This browser does not support the video element.
ଓରିଏଣ୍ଟ: ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମ ଠାରେ ଗୋ-ପାଳକମାନଙ୍କ ପାଇଁ ଗାଈ କ୍ରେତା ଓ ବିକ୍ରେତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Orient, Jharsuguda | Jul 2, 2025
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ଇଂଜିନିୟରିଂ ସ୍କୁଲ ଅଡିଟୋରିୟମ ଠାରେ ଗୋ-ପାଳକମାନଙ୍କ ପାଇଁ ଗାଈ କ୍ରେତା ଓ ବିକ୍ରେତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଙ୍କ ସମେତ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଗୋ-ପାଳକମାନଙ୍କୁ ଆର୍ଥିକ ଭାବରେ ମଜବୁତ୍ କରିବା କୁ ନେଇ ଚର୍ଚ୍ଚା ହୋଇଥିଲା ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରଚାର କରିବା ଉଦ୍ଦେଶ୍ୟ ଉପରେ ଜୋର ଦିଆଯାଇଥିଲା ।