This browser does not support the video element.
ଆନନ୍ଦପୁର: କଳିଗାଁ ପଞ୍ଚାୟତରେ ନନ୍ଦିପଦା ଥାନାର ଆମ ପୁଲିସ ସମିତି ବୈଠକ
Anandapur, Kendujhar | Sep 23, 2025
କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପକ୍ଷରୁ ଆଜି କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ଦିନ ୩ଟା ବେଳେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନନ୍ଦିପଦା ଥାନା ଆଇଆଇସି ରବିନ୍ଦ୍ର କୁମାର ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ, କିଶୋର ଆଚାର୍ଯ୍ୟ, କଳିଗାଁ ସରପଞ୍ଚ ପସରପଞ୍ଚ ହେମଲତା ଜେନା, ପୂର୍ବତନ ସରପଞ୍ଚ ପିତବାସ ଜେନା, ଅଁରା ସରପଞ୍ଚ ମମତା ବେହେରା, ଥାନା ଏସ.ଆଇ ବିନିତା ଲାକ୍ରା, ଏ.ଏସ.ଆଇ ସୁଷମା ସେଠୀ ପ୍ରମୁଖ ଯୋଗଦେଇ ସରକାରଙ୍କ ବହୁ ନୂଆ ଆଇନ ସମ୍ପର୍କରେ ସଚେତନ କରାଇଥିଲେ।