This browser does not support the video element.
ଝାରପୋଖରିଆ: ସାରସ କଣା କୃଷି ଭିତ୍ତିକ ପର୍ବ ପବିତ୍ର ଗର୍ଭଣା ସଂକ୍ରାନ୍ତିରେ ଚାଷୀମାନେ କ୍ଷେତରେ କଲେ ପୂଜା
Jharpokharia, Mayurbhanj | Oct 17, 2024
ଓଡ଼ିଶାରେ କୁହାଯାଏ ୧୨ ମାସରେ ୧୩ ପର୍ବ। ତନ୍ମଧ୍ୟରୁ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ। ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି। ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି। ଇଂରାଜୀ ମାସ ଅକ୍ଟୋବର ମାସରେ ପଡ଼େ ଏହି ସଂକ୍ରାନ୍ତି। ଗର୍ଭ ଅର୍ଥାତ୍ ଭୃଣ। ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ। ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି। ସାରସ କଣା ର ଶ୍ରୀ ଧର ସାହୁ ଓ ଅନେକ ଚାଷୀ ମାନେ ଆଜି ପୂଜାର୍ଚ୍ଚନା କର