Download Now Banner

This browser does not support the video element.

ସୋର: ବେଗୁନିଆ ପୋଲ ନିକଟରୁ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନରକୁ ଜବତ କଲା ଖନ୍ତାପଡ଼ା ପୁଲିସ

Soro, Balasore | Sep 6, 2025
ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ଛକ ନିକଟରୁ ଏକ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇଥିବା ବେଳେ ଖନ୍ତାପଡ଼ା ପୁଲିସ ମଧ୍ୟାହ୍ନରେ କଣ୍ଟେନର ଟିକୁ ଜବତ କରି ଥାନାକୁ ନେଇଛି।ଆଜି ସକାଳେ ଏକ କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଖବର ପାଇ ବେଗୁନିଆ ପୋଲ ଉପରେ ଗୋସୁରକ୍ଷା କର୍ମକର୍ତ୍ତା ମାନେ ଗାଡିକୁ ଅଟକାଇ ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ।ପୁଲିସ ବହୁ ବିଳମ୍ବରେ ପହଂଚିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଘଟଣାସ୍ଥଳରୁ ଗାଡିର ଚାଳକ ଏବଂ ଖଲାସୀ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିଥିଲେ।
Read More News
T & CPrivacy PolicyContact Us