This browser does not support the video element.
ବରଗଡ: ଜିଲ୍ଲା କାରାଗାରରେ ବରଗଡ଼ ପୋଲିସ ପକ୍ଷରୁ ଅନୁଷ୍ଠିତ ହେଲା ଜେଲ ପ୍ୟାରେଡ଼
Bargarh, Bargarh (Baragarh) | Aug 31, 2025
ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା କାରାଗାରରେ କ୍ରିମିନାଲ ମନିଟୋରିଙ୍ଗ ଓ ଟ୍ରାକିଙ୍ଗ ସିଷ୍ଟମ ଯାଞ୍ଜ କରିବା ପାଇଁ ବରଗଡ଼ ପୋଲିସ ପକ୍ଷରୁ ଜେଲ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ SDPO ଙ୍କ ସମେତ ବରଗଡ଼ ଟାଉନ ଥାନା ଅଧିକାରୀ,ଭଟଲି ଥାନା ଅଧିକାରୀ,ସଦର ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହି ଯାଞ୍ଚ କରିଥିଲେ | ବରଗଡ଼ SDPO ଙ୍କ ତତ୍ୱାବଧାନରେ ଜେଲ ପରିଦର୍ଶନ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା | ଏହି ଅବସରରେ ଜେଲରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି ।