This browser does not support the video element.
ରାଇରଙ୍ଗପୁର ସହର: ରାଇରଙ୍ଗପୁର ରୁ ନିଖୋଜ ଯୁବକ ଜାମସେଦପୁର ଠାରୁ ଉଦ୍ଧାର
Rairangpur Town, Mayurbhanj | Sep 21, 2024
ରାଇରଙ୍ଗପୁର ଏକ ହୋଟେଲ ରେ କାର୍ଯ୍ୟରତ ଯୁବକ ଗୁରୁବାର ରାତ୍ରି ସମୟ ସାଇକଲ ଯୋଗେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଖଡ଼ଖାଇ ବ୍ରିଜ ଉପରୁ ନିଖୋଜ ହୋଇ ଯାଇଥିଲେ। ଓ ତାଙ୍କ ମୋବାଇଲ ସ୍ୱିଚ ଅଫ ହୋଇଯାଇଥିଲା। ସୂଚନା ପରେ ରାତ୍ରିରେ ଟାଉନ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଖଡ଼ଖାଇ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ ଶନିବାର ସକାଳ ସମୟ ନିଖୋଜ ଯୁବକ ନାଘବଣ ଗାଁର ଏସ କେ ଅନବର (୨୧ ବର୍ଷ) ଙ୍କ ସାଇକଲ, ବ୍ୟାଗ ଓ ଅନ୍ୟ ଜିନିଷ ଗୁଡିକୁ ଖଡ଼ଖାଇ ପୋଲ ତଳୁ ଟାଉନ ପୁଲିସ ଜବତ କରିଥିଲା। ଆଜି ସକାଳ ୧୦ ଟା ସମୟରେ ଟାଉନ ପୁଲିସ ପକ୍ଷରୁ ସୂଚନା ମିଲିଛି।