Download Now Banner

This browser does not support the video element.

ଓରିଏଣ୍ଟ: ରେଙ୍ଗାଲି ପୋଲିସ ପକ୍ଷରୁ ବେଆଇନ ଗୋ ଚାଲାଣ ଅଭିଯୋଗ ରେ ତିନି ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ

Orient, Jharsuguda | Sep 7, 2025
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ପୋଲିସ ପକ୍ଷରୁ ବେଆଇନ ଗୋ ଚାଲାଣ ଅଭିଯୋଗ ରେ ତିନି ଅଭିଯୁକ୍ତକୁ ଗିରଫ କରି ଆଜି ଦିନ ତିନିଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ଆଜି ବେଆଇନ ଗୋ ଚାଲାଣ ହେଉଥିବା ନେଇ ରେଙ୍ଗାଲି ପୋଲିସକୁ ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଚଡାଉ କରାଯାଇ ୫ ଟି ଗାଈ ଉଦ୍ଧାର କରାଯାଇଛି। ଏହା ସହିତ ବେଆଇନ ଗୋଚାଲାଣ ଅଭିଯୋଗ ରେ ତିନି ଅଭିଯୁକ୍ତ ଗୌତମ ନାଏକ, ସୁବୋଧ ନାଏକ ଓ ଅତୁଲ୍ୟ ନାଏକ କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ତରଫରୁ ସନ୍ଧ୍ୟା ଛଅଟା ସମୟରେ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us